Advertisement

ପ୍ରଶ୍ନ:--- ବେଦ କ'ଣ ? ଶୁଣେ ବେଦ କାଳେ ଅନାଦି, ଅପୌରୁଷେୟ― ତା' ମାନେ ?

ଶ୍ରୀଶ୍ରୀଠାକୁର:--- 'ବେଦ' ମାନେ ଜାଣିବା― knowledge from experience, ଆଉ ଏହା କୌଣସି ପୁରୁଷର ନିଜସ୍ବ-ସମ୍ଭୁତ ନୁହେଁ, ତେଣୁ ଅପୌରୁଷେୟ। ଆଉ ସୃଷ୍ଟି ଯେପରି ଅନାଦି, ତେଣୁ ଏ ଜାଣିବାଟା ବି ଅନାଦି ଅର୍ଥାତ୍ ଯା'ର ଯେପରି କରି ଜାଣିବାକୁ ହୁଏ ସେପରି ଭାବେ ତାହା ଅବଲମ୍ବନ କରି ପ୍ରତ୍ୟେକେ ହିଁ ତା' ଜାଣିପାରନ୍ତି ; ପୁଣି, ଏହି ଜାଣିବା ସୃଷ୍ଟିର କେବେଠାରୁ ଆରମ୍ଭ ହୋଇଛି, ତାହା ଜଣାଯାଇ ନାହିଁ। ତେଣୁ ବେଦ ଅନାଦି ଓ ଅପୌରୁଷେୟ ବୋଲି ଋଷିମାନେ ଘୋଷଣା କରିଛନ୍ତି।

      ....... ଯେପରି କରି ଯା' ଜଣାଯାଇଛି, ଯେଉଁ ଯେଉଁ ଗ୍ରନ୍ଥରେ ତାହା ଲିପିବଦ୍ଧ ଅଛି, ସେହି ବିଶେଷ ପଦ୍ଧତି ସମ୍ପନ୍ନ book of experience କୁ ସେହି ସେହି ବେଦ ବୋଲି ଅଭିହିତ କରାହୁଏ। ଯେପରି ଋଗବେଦ― ସ୍ତୁତିର ସହିତ attend କରି ବିଶେଷ ପଦ୍ଧତି ସହକାରେ ଯାହା acquired ହୋଇଥିଲା ସେହି ଶ୍ରୁତିବଦ୍ଧ ବା ଲିପିବଦ୍ଧ ଗ୍ରନ୍ଥକୁ 'ଋଗବେଦ' କହିଥା'ନ୍ତି। ଗୋଟେ ବିଶେଷ ପଦ୍ଧତି― ଯାହା ଅବଲମ୍ବନ କରି ଜୀବନର ବା ଅସ୍ତିତ୍ବର ଅପଳାପ କରେ, ଯେଉଁଥିରେ ତାହା ବିନାଶ ସାଧନ କରାଯାଏ― ତାହାହିଁ 'ସାମବେଦ' ନାମରେ ଅଭିହିତ କରାଯାଇଛି। ପୂଜା, ଅର୍ଚ୍ଚନା, ଯଜ୍ଞାଦି ଦ୍ବାରା ଯେଉଁ ଜାଣିବାଗୁଡିକ ଅଧିଗତ ହୋଇଛି ସେହି ସେହି ପଦ୍ଧତି ସହକାରେ ଜାଣିବା ଯେଉଁ ଗ୍ରନ୍ଥରେ ସନ୍ନିବିଷ୍ଟ, ତା'କୁ 'ଯଦୁର୍ବେଦ' କହିଥା'ନ୍ତି,― ଆଉ ଯେଉଁଥିରେ ମଣିଷ ମଙ୍ଗଳରେ ଗମନ କରିପାରେ ସେହି ସେହି ପଦ୍ଧତିସମ୍ପନ୍ନ ଗ୍ରନ୍ଥକୁ 'ଆୟୁର୍ବେଦ' ବୋଲି ଋଷିମାନେ ଅଭିହିତ କରିଛନ୍ତି।

----- ନାନା ପ୍ରସଙ୍ଗ, ୪ର୍ଥ ଖଣ୍ଡ

Post a Comment

0 Comments