Advertisement

ଈଶ୍ୱର ତ ମଙ୍ଗଳମୟ, ତଥାପି ମଣିଷ ର ଏତେ କଷ୍ଟ କାହିଁକି?

ଶ୍ରୀ ଶ୍ରୀ ଠାକୁର -
ତାଙ୍କର ଦେବା ମଙ୍ଗଳକୁ ଗ୍ରହଣ କରିବାକୁ ଗଲେ  ହିଁ ଦରକାର ତାଙ୍କ ପ୍ରତି ଉନ୍ମୁଖ ହେବା, ତାଙ୍କୁ ଭଲ ପାଇବା, ତାଙ୍କର ପ୍ରଦର୍ଶିତ ପଥରେ ଚାଲିବା। ନହେଲେ ସେ ଆମକୁ ମଙ୍ଗଳର ଅଧିକାରୀ କରି ତୋଳିବାକୁ ଚାହିଁଲେ ମଧ୍ୟ ଆମର ସହଯୋଗିତା ବ୍ୟତୀତ ସେ ତାହା କରିପାରନ୍ତି ନାହିଁ। ପୁରୀ ର ଜଗନ୍ନାଥ ମନ୍ଦିର କୁ ଯଦି ଯାଅ, ତେବେ ଦେଖିବାକୁ ପାଇବ ଜଗନ୍ନାଥ ଙ୍କ ର ହାତ ନାହିଁ। ଜଗନ୍ନାଥ ଜଣଜଣକୁ ହାତ ବିତରଣ କରି ଦେଇ ନିଜେ ହାତହୀନ ହୋଇ ବସିଛନ୍ତି। ଆମ ଉପରେ ତାଙ୍କର କୌଣସି ହାତ ନାହିଁ। କିନ୍ତୁ ଯେବେ ଆମର   ହାତ ଦେଇ ତାଙ୍କୁ ନିବିଡ଼ ଭାବରେ ଧରିରଖିବୁ ତେବେ ଆପେଆପେ ଆମେ ତାଙ୍କ ହାତକୁ ଚାଲିଯିବୁ। ସେତେବେଳେ ତାଙ୍କ ଇଚ୍ଛାରେ ଆମେ ନିଜକୁ ଚଳେଇବୁ। ଏହିପରି କରିହିଁ ଆମେ ସେହି ମଙ୍ଗଳର ଅଧିକାରୀ ହେବୁ, ଯେଉଁ ମଙ୍ଗଳ ସେ ଆମକୁ ଦେବାକୁ ଚାହାନ୍ତି।
                                  ଆ:ପ୍ର: ନବମ ଖଣ୍ଡ। ପୃ:175
Sri Sri Thakur Anukulchandra

Post a Comment

0 Comments