Advertisement

ପ୍ରଣାମ କିପରି କରିବ ?

ଶ୍ରୀଶ୍ରୀଠାକୁର =  ପ୍ରଣାମ   କରିବାକୁ   ହେଲେ   ଦରକାର   ଶ୍ରଦ୍ଧା ।  ଶ୍ରଦ୍ଧା   ଆଣେ,  ସେଇ  ପ୍ରଣମ୍ୟର   ସ୍ୱଭାବ   ଓ ଗୁଣର ଚିନ୍ତା ।  ଏଇ  ଭାବେ  ହୁଏ   ତାଙ୍କର   ସ୍ମରଣ ।  ତାଙ୍କୁ   ସ୍ମରଣ   କରି   ପ୍ରଣାମ   କର ,  ମାନେ   ତାଙ୍କର  attribute ( ଗୁଣ  )  ଗୁଡିକ   ଚିନ୍ତା   କର।  ଆମେ  ପ୍ରଣତ   ହେଉ  ମାନେ   ପ୍ରକୃଷ୍ଟ   ଭାବେ    ନତ  ହେଉ।  ଏଇ   ପ୍ରକୃଷ୍ଟ   ଭାବେ   ନତ   ହୋଇ  ଚାଲିବାର   ମଧ୍ୟ  ଦେଇ,   ଆମେ , ଶ୍ରେୟ  ସ୍ୱଭାବ    ଓ  ଗୁଣର   ଅଧିକାରୀ   ହେଉ । ତାଙ୍କର   ବୋଧି   ଆମ  ମଧ୍ୟରେ    ସଞ୍ଚାରିତ   ହୁଏ ।  ଆଉ,  ପ୍ରୟୋଜନ   ଅନୁସାରେ,  କ୍ଷେତ୍ର  ବିଶେଷରେ,   ତାହା   ବିନିଯୋଗ    କରି  ଆମେ   ଅନେକ   ଆପଦରୁ    ରକ୍ଷା   ପାଉ।  ଖାଲି  ଯଦି  " ଜୟ  ମାଆ  କାଳୀ"  ବା  " ଜୟ ହରି " କହୁ,  ସେଥିରେ   ଗୁଣ  ଚିନ୍ତା   ଆସେନା ,  ବୋଧି ଆସେନା । ଆସିବା  ଦରକାର   ବୋଧି  ।  ସେଥିପାଇଁ,  ଶ୍ରଦ୍ଧା   ନହେଲେ,  ପ୍ରଣାମ    କରି  ଲାଭ   ନାହିଁ ।   କିନ୍ତୁ,  ତା'  ହେଲେ   ବି  ପ୍ରଣାମ    କରିବା  ଭଲ ।  " ମୁଁ   ତୁମର "  ଏଇ  ବୋଧ   ନେଇ   ପ୍ରଣାମ   କରିବାକୁ   ହୁଏ ।

****************
  ପୁସ୍ତକ =   " ଦୀପରକ୍ଷୀ " ୨ୟ  ଖଣ୍ଡ

Post a Comment

0 Comments