Advertisement

ଦେବତା ଓ ଇଶ୍ୱର :

ଶ୍ରୀଶ୍ରୀଠାକୁର  =  ଦେବତା   ମାନେ ଦୀପ୍ତମାନ   ସତ୍ତା ।  ସେବା , ଶକ୍ତି  ଓ   ପ୍ରେରଣା   ସଞ୍ଚାରଣର    ଭିତର  ଦେଇ   ଯିଏ   ମଣିଷର    ଅସ୍ତିତ୍ବକୁ   ସମୁନ୍ନତ   କରି  ତୋଳେ  ତା'ର  ଅନ୍ତରର   ଶ୍ରଦ୍ଧାର    ଆସନରେ   ସ୍ଥିର   ଉଜ୍ଜ୍ବଳରେ   ଦୀପ୍ତି   ପାଏ,  ତାଙ୍କୁ    ମଣିଷ   ଦେବତା    ଆଖ୍ୟାରେ   ଆଖ୍ୟାୟିତ   କରେ।   ଦେବକଳ୍ପ    ମଣିଷକୁ  ଯେମିତି , ମଣିଷ   ଦେବତାଙ୍କ  ପରି  ଶ୍ରଦ୍ଧା   କରେ,   ବିଶେଷ -ବିଶେଷ   ଭାବ   ଓ  ଶକ୍ତିର   ପ୍ରତୀକକୁ    ବି   ମଣିଷ    ସେମିତି,   ଦେବ - ଦେବୀ  ହିସାବରେ   ଭକ୍ତି   କରେ।  ତଦ୍ ଭାବସିଦ୍ଧ   ସାଧକର   ଉପଲବ୍ଧି ରେ ,  ସେମାନେ   ଧରା   ଦିଅନ୍ତି ।   ଆଉ,  ପ୍ରତ୍ୟେକ   ଦେବାଦେବୀ ର   ମଧ୍ୟରେ   ଭଗବତ୍ତା  attribute (ଗୁଣ ) ରକମେ - ରକମେ  ଉପଲବ୍ଧି   କରାଯାଏ।  ସେଥିପାଇଁ,  ମଣିଷ   ସେମାନଙ୍କୁ   ଭଗବାନ    କହିବାକୁ   ଦ୍ୱିଧା    କରେ ନା।  ଏହାର   ମାନେ   ଏହା  ନୁହେଁ   ଯେ,  ଭଗବତ୍ତା   କହିଲେ    ଯାହା  ଯାହା   ବୁଝାଏ  ତା'ର  ସବୁଗୁଡିକ,   ପ୍ରତିଟି  ଦେବ   କଳ୍ପନା ର  ମଧ୍ୟରେ   ବିଦ୍ୟମାନ।  ସେଥିପାଇଁ,   ଆତ୍ମା   ବା   ବ୍ରହ୍ମ    କହିଲେ   ଯାହା   ବୁଝାଏ,  ଦେବତା   ତାହା   ନୁହେଁ ।  ମୁଁ   ବୁଝେ,   ଇଶ୍ୱର   ପ୍ରତ୍ୟେକ ର   ଭିତରେ   ହିଁ  ପକ୍ଷପାତ ଶୂନ୍ୟ   ଭାବେ    ବିଦ୍ୟମାନ,   କାରଣ  ,  ସେ  ହିଁ    ପ୍ରତ୍ୟେକ ର  ଅସ୍ତିତ୍ବ ।  କିନ୍ତୁ,   ଯେ  ଯେତେ    ଆଗେଇ   ଯାଏ   ତାଙ୍କ   ଦିଗକୁ,   ତାଙ୍କର   glow (  ଦୀପ୍ତି ) ସେତେ,  ସେହି   ମଣିଷ   ମଧ୍ୟରେ   ଫୁଟି   ଉଠେ ।    ଆଲୋକ   ସମସ୍ତଙ୍କ  ପ୍ରତି    ସମାନ,  କିନ୍ତୁ     ଯିଏ    ଆଲୋକ   ଦିଗକୁ   ଯେତେ   ଆଗେଇ   ଯାଏ  , ସେ  ସେତେ    ଆଲୋକବାନ୍    ହୋଇ  ଉଠେ ।   ରସୁଲ     ଜଣେ    ଆଲୋକବାନ୍   ପୁରୁଷ,   ସେଥିପାଇଁ   ,  ମଣିଷ   ତା'ଙ୍କୁ  ଅନୁସରଣ   କରେ।   ଦେବତାଙ୍କ   ବେଳକୁ   ବି  ଏଇ  କଥା ।  ସେମାନେ   ମଧ୍ୟ    ଇଶ୍ୱରଙ୍କ   ଆଲୋକରେ   ଆଲୋକିତ-- ପ୍ରତ୍ୟେକ ତାଙ୍କ   ପରି  କରେ ।  ପୁଣି   ଗୀତା ରେ  ଭଗବାନ   ଶ୍ରୀକୃଷ୍ଣ   କହିଛନ୍ତି,  
            "  ଦେବାନ୍  ଦେବଯଜୋ   ଯାନ୍ତି
               ମଦ୍  ଭକ୍ତା   ଯାନ୍ତି   ମାମପି"
(  ଦେବ - ଊପାସକଗଣ   ଦେବତାଗଣକୁ  ପ୍ରାପ୍ତ   ହୁଅନ୍ତି,  ଆଉ  ମୋର  ଭକ୍ତଗଣ   ମୋତେ ହିଁ   ଲାଭ  କରନ୍ତି ।)  ଯାହାର   ଯେମିତି   ଭକ୍ତି ରୁଚି,   ସେ  ସେଇ  ପଥେ ହିଁ   ଚାଲେ।

Post a Comment

0 Comments