Advertisement

Message from Sri Sri Thakur Anukul Chandra - Amiya Bani

କଥା ପ୍ରସଙ୍ଗରେ ଶ୍ରୀଶ୍ରୀ ଠାକୁର  କହିଲେ =
                " ଏଠାକୁ ( ଆଶ୍ରମ )  ଯେଉଁ ମାନେ   ଆସିବେ,   ଏଠିକାର   ସଙ୍ଗ  ଯେଉଁ ମାନେ   କରିବେ.,,,,ତାଙ୍କର  ତାହା  , କେବେ ହେଲେ   ବୃଥା   ଯିବ   ନାହିଁ ।  ସେମାନେ,   ପରମପିତା ଙ୍କ   ପ୍ରସାଦୀ ।  ସେମାନେ  Good  will (ସଦିଚ୍ଛା) ଏବଂ   Good  Sprits (ସଦ୍ ଭାବ )  ଦେଇ  ଘେରେଇ   ରହିଛନ୍ତି ।"
            "  ଯେଉଁ ମାନେ  good  will   ନେଇ  ଆସିବେ,  ସେଇଟା ହିଁ  , ଏଠିକାର  ସଙ୍ଗ ଦ୍ଵାରା   ବଢି  ଯିବ ।  ଯିଏ  bad will (କୁ-ଇଚ୍ଛା )   ନେଇ  ଆସିବେ,   ତାଙ୍କର   ସେଇଟା   ହିଁ   ବଢିଯିବ।  କିନ୍ତୁ,   ତା'  ବୋଲି  bad will  ନେଇ  ଯିଏ  ଆସିବେ,   ସେମାନେ  ଧ୍ୱଂସ   ହେବେ   ନାହିଁ  ;   ତାଙ୍କର   ଏଇଟା   ବଢିଯାଇ ,  ଯାହା   ବହୁ ଦିନ  ଧରି   ଭୋଗ   ହୋଇ   ଥାଆନ୍ତା,  ତାହା,   ଶୀଘ୍ର ଶୀଘ୍ର   ଭୋଗ   ହୋଇ  ଯିବ  ଏବଂ   ଶେଷରେ,   ସେମାନଙ୍କର    ଊପକାର  ହିଁ   ହେବ।   ଆମର  ଭାଇମାନେ,   କେବେ ହେଲେ   ଅନ୍ଧାରରେ   ଘୁରି  ବୁଲିବେ   ନାହିଁ । Thy    Shall   not  be  ruined. "
        କଥା ପ୍ରସଙ୍ଗରେ  ଶ୍ରୀଶ୍ରୀ ଠାକୁର  ଅଭୟ  ବାଣୀ  ଶୂଣାଇଲେ।   କହିଲେ  ---"  Some  realisation  is  guaranteed   to  every  body  who  has  come   within   the  sight  of  Super - Soul .  ଯିଏ   ଗୁରୁଙ୍କୁ   ତନୁ - ମନ - ଧନ   ଦାନ କରେ  ନାହିଁ,   ତାଙ୍କର  ବି  ବାଧା   ହେବ   ନାହିଁ ।  କାରଣ,  ସ୍ୱଇଚ୍ଛାରେ   ଦାନ  ନ କରିଲେ   ବି,  ନିଯେ  ହିଁ   ସେ  ତାହା  ଗ୍ରହଣ  କରି,  ପ୍ରସାଦ   କରି ଦେଇଛନ୍ତି । ଯିଏ  ,ଧ୍ୟାନାଦି   ସାଧନା ବି   ନିୟମିତ   କରେନା,    ସେ ବି  ଅନ୍ତତଃ  ସ୍ୱପ୍ନ ରେ  , କିଛି  କିଛି  କରିବେ ହିଁ--- ଏଠାକାର   ସଙ୍ଗର   ଫଳରେ ।"


ପୁସ୍ତକ =   "ଅମିୟ ବାଣୀ ",   ଅଶ୍ୱିନୀ କୁମାର ବିଶ୍ବାସ

Post a Comment

0 Comments